ପ୍ରଥମ ଶାମୁୟେଲ 7 : 1 (ORV)
ଅନନ୍ତର କିରୀୟଥ୍-ଯିୟାରୀମୀୟ ଲୋକମାନେ ଆସି ସଦାପ୍ରଭୁଙ୍କ ସିନ୍ଦୁକ ନେଇଯାଇ ପର୍ବତସ୍ଥିତ ଅବୀନାଦବର ଗୃହରେ ରଖିଲେ; ପୁଣି ସଦାପ୍ରଭୁଙ୍କ ସିନ୍ଦୁକ-ରକ୍ଷାର୍ଥେ ତାହାର ପୁତ୍ର ଇଲୀୟାସରକୁ ପବିତ୍ର କଲେ ।
ପ୍ରଥମ ଶାମୁୟେଲ 7 : 2 (ORV)
ସିନ୍ଦୁକ କିରୀୟଥ୍-ଯିୟାରୀମରେ ବାସ କରିବା ଦିନାବଧି ଦୀର୍ଘ କାଳ, ଅର୍ଥାତ୍, କୋଡ଼ିଏ ବର୍ଷ ଗତ ହେଲା; ଏଥିରେ ସମୁଦାୟ ଇସ୍ରାଏଲ-ବଂଶ ସଦାପ୍ରଭୁଙ୍କ ପଶ୍ଚାତ୍ ବିଳାପ କଲେ ।
ପ୍ରଥମ ଶାମୁୟେଲ 7 : 3 (ORV)
ତହିଁରେ ଶାମୁୟେଲ ସମୁଦାୟ ଇସ୍ରାଏଲ-ବଂଶକୁ କହିଲେ, ଯେବେ ତୁମ୍ଭେମାନେ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କ ପ୍ରତି ଫେରୁଅଛ, ତେବେ ଆପଣାମାନଙ୍କ ମଧ୍ୟରୁ ବିଦେଶୀୟ ଦେବତାମାନଙ୍କୁ ଓ ଅଷ୍ଟାରୋତ୍ ଦେବୀଗଣକୁ ଦୂର କର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କ ଅନ୍ତଃକରଣ ପ୍ରସ୍ତୁତ କର ଓ କେବଳ ତାହାଙ୍କୁ ସେବା କର; ତହିଁରେ ସେ ପଲେଷ୍ଟୀୟମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବେ ।
ପ୍ରଥମ ଶାମୁୟେଲ 7 : 4 (ORV)
ତେବେ ଇସ୍ରାଏଲ-ସନ୍ତାନଗଣ ବାଲ୍-ଦେବତାମାନଙ୍କୁ ଓ ଅଷ୍ଟାରୋତ୍ ଦେବୀଗଣକୁ ଦୂର କଲେ ଓ କେବଳ ସଦାପ୍ରଭୁଙ୍କୁ ସେବା କଲେ ।
ପ୍ରଥମ ଶାମୁୟେଲ 7 : 5 (ORV)
ଅନନ୍ତର ଶାମୁୟେଲ କହିଲେ, ତୁମ୍ଭେମାନେ ସମୁଦାୟ ଇସ୍ରାଏଲକୁ ମିସ୍ପୀରେ ଏକତ୍ର କର, ତହିଁରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବି ।
ପ୍ରଥମ ଶାମୁୟେଲ 7 : 6 (ORV)
ତହୁଁ ସେମାନେ ମିସ୍ପୀରେ ଏକତ୍ରିତ ହୋଇ ଜଳ କାଢ଼ିଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଢାଳି ସେହିଦିନ ଉପବାସ କରି ସେହିଠାରେ କହିଲେ, ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ⇧ । ଏଉତ୍ତାରେ ଶାମୁୟେଲ ମିସ୍ପୀରେ ଇସ୍ରାଏଲ-ସନ୍ତାନଗଣର ବିଚାର କଲେ ।
ପ୍ରଥମ ଶାମୁୟେଲ 7 : 7 (ORV)
ଏଥି ମଧ୍ୟରେ ଇସ୍ରାଏଲ-ସନ୍ତାନଗଣ ମିସ୍ପୀରେ ଏକତ୍ରିତ ହୋଇଅଛନ୍ତି, ପଲେଷ୍ଟୀୟମାନେ ଏହି କଥା ଶୁଣନ୍ତେ, ପଲେଷ୍ଟୀୟମାନଙ୍କ ଅଧିପତିଗଣ ଇସ୍ରାଏଲ ବିରୁଦ୍ଧରେ ଉଠି ଆସିଲେ । ତହିଁରେ ଇସ୍ରାଏଲ-ସନ୍ତାନଗଣ ତାହା ଶୁଣି ପଲେଷ୍ଟୀୟମାନଙ୍କ ସମ୍ମୁଖରେ ଭୀତ ହେଲେ ।
ପ୍ରଥମ ଶାମୁୟେଲ 7 : 8 (ORV)
ପୁଣି ଇସ୍ରାଏଲ-ସନ୍ତାନଗଣ ଶାମୁୟେଲଙ୍କୁ କହିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଯେପରି ଆମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ରକ୍ଷା କରିବେ, ଏଥିପାଇଁ ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ତାହାଙ୍କ ଛାମୁରେ କ୍ରନ୍ଦନ କରିବାରୁ ନିରସ୍ତ ନ ହୁଅ ।
ପ୍ରଥମ ଶାମୁୟେଲ 7 : 9 (ORV)
ତହୁଁ ଶାମୁୟେଲ ଏକ ଦୁଗ୍ଧପୋଷ୍ୟ ମେଷବତ୍ସ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମୁଦାୟ ହୋମବଳି ଉତ୍ସର୍ଗ କଲେ; ଆଉ ଶାମୁୟେଲ ଇସ୍ରାଏଲ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ ଓ ସଦାପ୍ରଭୁ ତାଙ୍କୁ ଉତ୍ତର ଦେଲେ ।
ପ୍ରଥମ ଶାମୁୟେଲ 7 : 10 (ORV)
ପୁଣି ଶାମୁୟେଲ ହୋମବଳି ଉତ୍ସର୍ଗ କରୁଥିବା ସମୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେଲେ; ମାତ୍ର ସଦାପ୍ରଭୁ ସେଦିନ ପଲେଷ୍ଟୀୟମାନଙ୍କ ଉପରେ ମହାରବରେ ମେଘଗର୍ଜନ କରି ସେମାନଙ୍କୁ ବ୍ୟାକୁଳ କଲେ; ତହିଁରେ ସେମାନେ ଇସ୍ରାଏଲ ସମ୍ମୁଖରେ ପରାଜିତ ହେଲେ ।
ପ୍ରଥମ ଶାମୁୟେଲ 7 : 11 (ORV)
ତହୁଁ ଇସ୍ରାଏଲ ଲୋକମାନେ ମିସ୍ପୀରୁ ବାହାରି ପଲେଷ୍ଟୀୟମାନଙ୍କ ପଛେ ପଛେ ଗୋଡ଼ାଇ ବୈଥ୍-କର ତଳ ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ ।
ପ୍ରଥମ ଶାମୁୟେଲ 7 : 12 (ORV)
ତହିଁରେ ଶାମୁୟେଲ ଖଣ୍ତେ ପଥର ନେଇ ମିସ୍ପୀ ଓ ଶେନ ମଧ୍ୟସ୍ଥାନରେ ସ୍ଥାପନ କରି ତହିଁର ନାମ ଏବନ୍-ଏଜର (ଉପକାର ସ୍ମରଣାର୍ଥକ ପ୍ରସ୍ତର) ରଖି କହିଲେ, ଏପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କର ଉପକାର କରିଅଛନ୍ତି ।
ପ୍ରଥମ ଶାମୁୟେଲ 7 : 13 (ORV)
ଏହି ପ୍ରକାରେ ପଲେଷ୍ଟୀୟମାନେ ବଶୀଭୂତ ହୋଇ ଇସ୍ରାଏଲର ଅଞ୍ଚଳ ମଧ୍ୟକୁ ଆଉ ଆସିଲେ ନାହିଁ; ପୁଣି ଶାମୁୟେଲଙ୍କର ଯାବଜ୍ଜୀବନ ସଦାପ୍ରଭୁଙ୍କ ହସ୍ତ ପଲେଷ୍ଟୀୟ-ମାନଙ୍କର ପ୍ରତିକୂଳ ହେଲା ।
ପ୍ରଥମ ଶାମୁୟେଲ 7 : 14 (ORV)
ଆଉ ପଲେଷ୍ଟୀୟମାନେ ଇସ୍ରାଏଲଠାରୁ ଯେସମସ୍ତ ନଗର ହରଣ କରିଥିଲେ, ଇକ୍ରୋଣଠାରୁ ଗାଥ୍ ପର୍ଯ୍ୟନ୍ତ ସେସମସ୍ତ ଇସ୍ରାଏଲକୁ ଫେରାଇ ଦିଆଗଲା; ପୁଣି ଇସ୍ରାଏଲ ପଲେଷ୍ଟୀୟମାନଙ୍କ ହସ୍ତରୁ ତହିଁର ସୀମା ଉଦ୍ଧାର କଲେ । ଏଉତ୍ତାରେ ଇସ୍ରାଏଲ ଓ ଇମୋରୀୟ-ମାନଙ୍କ ମଧ୍ୟରେ ସନ୍ଧି ହେଲା ।
ପ୍ରଥମ ଶାମୁୟେଲ 7 : 15 (ORV)
ଶାମୁୟେଲ ଆପଣାର ଯାବଜ୍ଜୀବନ ଇସ୍ରାଏଲର ବିଚାର କଲେ ।
ପ୍ରଥମ ଶାମୁୟେଲ 7 : 16 (ORV)
ସେ ପ୍ରତି ବର୍ଷ ବୈଥେଲ୍ ଓ ଗିଲ୍ଗଲ୍ ଓ ମିସ୍ପୀରେ ଭ୍ରମଣ କରି ସେସବୁ ସ୍ଥାନରେ ଇସ୍ରାଏଲର ବିଚାର କରୁଥିଲେ ।
ପ୍ରଥମ ଶାମୁୟେଲ 7 : 17 (ORV)
ପୁଣି ରାମାରେ ତାଙ୍କର ଗୃହ ଥିବାରୁ ସେଠାକୁ ସେ ଫେରି ଆସୁଥିଲେ ଓ ସେଠାରେ ଇସ୍ରାଏଲ-ବଂଶର ବିଚାର କରୁଥିଲେ; ଆଉ ସେଠାରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିଥିଲେ ।

1 2 3 4 5 6 7 8 9 10 11 12 13 14 15 16 17

BG:

Opacity:

Color:


Size:


Font: